Skip to main content

Odia quotes of march 2020




















ଦେବପୁତ୍ର ଶ୍ରୀ ଗୁରୁ ସାଇ
    ଦିବାରାତ୍ର ଖୋଜୁଛି ମୁଁ ତୁମକୁ
      ତୁମ୍ଭର ଦର୍ଶନ ପାଇଁ ...
କାହିଁକି ମତେ ତୁମେ ଘୃଣା କରୁଛ ସାଇ 
ମୁଁ ପାପୀ କିଛି ବୁଝି ପାରୁନାହିଁ ।
କେତେ ଆଶା ନେଇ ଡାକୁଛି ତୁମ କୁ
କଣ୍ଠମୋର ପଡ଼ିଲାଣି ,ନିରାଶ ମୁଁ ହେଲିଣି
ଟିକିଏ ଦରଶନ ପାଇଁ ହେ ସାଇ ...
ଆସ ମୋ ଶିରେ ରଖ ତୁମ ଦିବ୍ୟ ହସ୍ତ ,
କ୍ଷମା ଦିଅ ମତେ ଡାକୁଛି ଯୋଡ଼ି ହାତ ।
ହେ ସାଇ ..
ଏତେ ବିଳମ୍ବ କରୁଛ କି ପାଇଁ 
ମୁଁ ପାପୀ ତୁମକୁ ଚିହ୍ନି ପାରୁନାହିଁ ,
ସେହି ଦିଵ୍ୟ ଦରଶନ ଦିଅ ହେ ସାଇ ।
ତୁମେ ମୋର ସବୁକିଛି ଭାବିଲା ବେଳକୁ
ମତେ କିମ୍ପା କରୁଛ ଏତେ ହତାଦର
ହେ ସାଇ...
ଦେବ ପୁତ୍ର ଶ୍ରୀ ଗୁରୁ ସାଇ ...


              ସାଇ ଲୀଳା

               ଯିଏ ଶିରିଡିର ମାଟି ମାଡ଼ି ଥିବ ସେ ହିଁ ବୁଝି ପାରିବ ସାଇ କିପରି ତାଙ୍କର ଭକ୍ତଙ୍କୁ ଟାଣି ଆଣିପାରୁ ଅଛନ୍ତି । ଅତି ଗରିବ ଠାରୁ ବହୁ ଧନୀ ଭକ୍ତ ସମାଗମ ହୁଅନ୍ତି ସେହି ମାନସରୋବର ରେ କେବଳ ଆଶିଷ ପାଇଁ । ଦର୍ଶନ ,ସମାଧି ସ୍ପର୍ଶ , ଗୁରୁ ସ୍ଥାନ , ଦ୍ୱାରକାମୟୀ ରେ ସାଇ ଶକ୍ତି ଝରି ଚାଲୁଅଛି । କିଏ କେଉଁଠି କିପରି ଆଶିଷ ପାଇବ ସେ ଚିନ୍ତା ସାଇ ହିଁ କରି ଥାଆନ୍ତି । କିନ୍ତୁ ସମସ୍ତେ ଆଶିଷ ପାଇବେ ଏହା ଚିରନ୍ତନ ସତ୍ୟ । ସେହି ପାଇଁ ସେ ପାବନ ଭୂମି ପାଲଟି ଅଛି । ଧନୀ ବେଶି କୃପାର ପାତ୍ର ଆଉ ଦୁଖଃ ରେ ସଢୁଥିବା ଚରିତ୍ର ଟି ଯେ କୃପା ବିହିନ  ହୋଇ ନିରାଶ ରେ ଗୃହ କୁ ବାହୁଡ଼ି ବ ଏହା ଶିରିଡି ଧାମରେ ଦେଖିବାକୁ ମିଳେ ନାହିଁ । ସମସ୍ତଙ୍କୁ କୃପାର ବାରି ସିଞ୍ଚନ କରି ସନ୍ତୁଷ୍ଟ
ଚିତ୍ତ ରେ ପଠାଇ ଦିଅନ୍ତି  ।  ବାଟରେ ଆସୁ ଆସୁ କିଏ ଚମତ୍କାର ହୋଇ ଯାଏ ସାଇଙ୍କର କୃପା ପାଇ ।
              ସତରେ କି ଶକ୍ତିଶାଳୀ ସେହି ଦୁଇ ପବିତ୍ର ଅକ୍ଷର 'ସାଇ '
ମନ ଖୋଲି ତାଙ୍କର ଦିବ୍ୟ ରୂପ ଦର୍ଶନ କରି ଭାବରେ ଥରେ ନିଜର ହୃଦୟ ରେ ବସାଇ ଦିଅନ୍ତୁ ଦେଖିବେ ସବୁ ସମୟରେ ସେ କିପରି ଆମ ସହିତ ରହି ଆମକୁ ଆଗେଇ ନେଉଛନ୍ତି ।
      ସମସ୍ତେ ସେହି ସାଇ ସାଇ ସାଇ ନାମକୁ ଜପି ଆମର ପାପ ନାଶ କରିବା । 
 
                  ସାଇ ବାଣୀ
   
               ଶାସ୍ତ୍ର ଅନୁସାରେ ଗୁରୁ ସବୁ ଯୁଗରେ ପୂଜିତ । ଗୁରୁ ହିଁ ଅମୃତ, ପରଶମଣି ଓ କଳ୍ପବୃକ୍ଷ କହିବାର ଏକମାତ୍ର କାରଣ ସେ ଶିଷ୍ୟ କି ଭକ୍ତମାନଙ୍କୁ ଶିକ୍ଷା ଦେବା ସହ ଜ୍ଞାନର ଆଲୋକ ପ୍ରଦାନ କରନ୍ତି ।  କିନ୍ତୁ ଶିଷ୍ୟ କେତେ ପରିମାଣ ରେ ଉପଯୁକ୍ତ ହୋଇ ଅଛି ତାକୁ ମଧ୍ୟ ଗୁରୁ ପରଖି ଥାନ୍ତି । ଗୁରୁ ପାଖରେ ଆମମାନଙ୍କ ର କେତେ ସମର୍ପଣ ର ଚିନ୍ତନ ଅଛି ତାହା ଜାଣିବା ପାଇଁ ଗୁରୁଙ୍କର ଏକ ଗୁପ୍ତ ଶକ୍ତି କାମ କରୁଥାଏ । ଶିଷ୍ୟମାନେ କେବେ ଅନୁଭବ କରି ପାରନ୍ତି ନାହିଁ । ବେଳେ ବେଳେ ଶିଷ୍ୟ କି ଭକ୍ତ ବଡ଼ ଗୁରୁତର ଭୂଲ କରିପକାଏ । ସେ ମାଗେ କାରଣ ଧୌର୍ଯ୍ୟ ତାର ପାଖରେ କିଛି ନୁହେଁ ବୋଲି ଅନୁଭବ ହେଲା ପରେ । ଏହି ଠାରେ ତାର ସମର୍ପଣ ର ମାନ ଦଣ୍ଡ ନିମ୍ନ ହୋଇ ଯାଏ ।
               ଶ୍ରୀ ସାଇ ବାବାଙ୍କ ପାଖକୁ ଅନେକ  ଯାଉଥିଲେ କିଛି ମାଗିବା ପାଇଁ , ଅନେକ ଯାଆନ୍ତି ଦରଶନ ପାଇଁ ,ଅନେକ ଯାଆନ୍ତି ତାଙ୍କର କୃପା ପାଇଁ  ଏହିପରି ବହୁତ କମ ଭକ୍ତ ଯାଆନ୍ତି ତାଙ୍କ ପାଖରେ ରହି ଗୁରୁ କରମ କରିବା ପାଇଁ । କିଛି ବି କାମନା ନଥାଏ ଏହି ମାନଙ୍କ ପାଖରେ । କେବଳ ଦିବାରାତ୍ର ଗୁରୁ ଚିନ୍ତନ ଆଉ ତାଙ୍କ ବାଣୀ ହିଁ ଏମାନଙ୍କ ପାଇଁ ଅମୃତ ତୁଲ୍ୟ ।
        ନିଜକୁ ଗୁରୁ କରମ ଆଉ ତାଙ୍କର ବାଣୀ ମନନ କରି ସାର୍ଥକ
ଜୀବନ କଟାଇବା ଏହି ଆଶିଷ କେବଳ ତାଙ୍କ ଠାରୁ ଆଶା କରିବା ଉଚିତ ।







           

                            ସାଇ ବାଣୀ


                       ଶ୍ରୀ ସାଇ ସତଚରିତ ରେ ସାଇ ବାବା ଶିରିଡି ରେ ଥିବା ସମୟରେ ବହୁତ ଦିନ ପର୍ଯ୍ୟନ୍ତ ଗହମ ପେଷିବା କାମ ନିଜେ କରୁଥିଲେ । ଗହମ ପେଷିବା ପାଇଁ ଚକି ,ଗହମ ଓ ପେଷିବା ବାଲା ର ଆବଶ୍ୟକ ଥାଏ ।ବାବାଙ୍କ ପାଖକୁ ବହୁ ଭକ୍ତ ସେ ସମୟରେ ଦର୍ଶନ ପାଇଁ ଯାଉ ଥିଲେ ।କିଛି ତାଙ୍କର ସେବା କରିବା ପାଇଁ ଘରଦ୍ୱାର ଛାଡି ବାବାଙ୍କ ପାଖରେ ରହୁଥିଲେ । ଗହମ ପେଷିବା ର କାର୍ଯ୍ୟ ନିଜେ ଶ୍ରୀ ସାଇ କରୁଥିଲେ ।ଅନ୍ୟ ମାନଙ୍କୁ ନିୟୋଜିତ କରୁ ନଥିଲେ । ସବୁ ସଦଗୁରୁ ମାନଙ୍କ ର ଜୀବନ ଯାତ୍ରା ବହୁତ ବିଚିତ୍ର ଅଟେ । ସେହି ପରି ଶିରିଡି ର ମହାନ ଯୋଗୀରାଜ ସାଇ ବାବାଙ୍କର ମଧ୍ୟ ଏକ ଦୈନନ୍ଦିନ କାର୍ଯ୍ୟ ର ଧାରା ଥିଲା । ବହୁ ଗବେଷକ ମାନେ ଭିନ୍ନ ଭିନ୍ନ ମତ ତାଙ୍କର କାର୍ଯ୍ୟ ଧାରା ଊପରେ ଲେଖି ଅଛନ୍ତି । କିନ୍ତୁ ଗହମ ପେଷିବା ବେଳେ ଉପସ୍ଥିତ ଲେଖକ ଗହମ ପେଷିବା ର କାରଣ ଶୁଣି ହତବାକ ହୋଇ ଯାଇ ଥିଲେ । ସେ ଅନୁଭବ କରିଥିଲେ ଶିରିଡି ବାସିଙ୍କର ପ୍ରତି ସାଇ କେତେ ଦୟାଳୁ । ସେଦିନ ଗହମ ନାମ ରେ ସାଇ ଯାହା ପେଷୁ ଥିଲେ ତାହା ଥିଲା ଭକ୍ତମାନଙ୍କର ପାପ ,ଦୁର୍ଭାଗ୍ୟ ଓ ସନ୍ତାପ । ଦୁଇ ଚକି ମଧ୍ୟରୁ ତଳ ଚକି ଥିଲା ଜୀବନର ଆଧାର କରମ ଓ ଅନ୍ୟଟି ଜୀବନର ଲକ୍ଷ୍ୟ ମୋକ୍ଷ । ଚକି ର ଥିବା ଦଣ୍ଡ ଟି ଜ୍ଞାନ ।
                        ଆମମାନଙ୍କର ସମସ୍ତ ଖରାପ କୁ ନାଶ ପାଇଁ ସବୁବେଳେ ସଜାଗ ଥିଲେ ।



                                ସାଇ ବାଣୀ


                        ବାବା ଶିରିଡି ର ରହଣୀ ସମୟରେ ଭକ୍ତଙ୍କ ପାଇଁ ସବୁବେଳେ କଲ୍ୟାଣ ପାଇଁ ଚେଷ୍ଟା କରୁଥିଲେ । ଭକ୍ତଙ୍କ ର ସମର୍ଥ ଅନୁସାରେ ସେମାନଙ୍କ ପାଖରୁ ଦାନ ନେଉଥିଲେ । ସେହି ଦାନର ଅର୍ଥ କୁ ନିଜ ପାଖରେ ରଖୁନଥିଲେ । ଦୁଃଖରେ କିମ୍ବା ଅଭାବ ରେ ଥିବା ଗରୀବ ଲୋକଙ୍କ ଭିତରେ ବିତରଣ କରୁଥିଲେ ।ଦୟାଳୁ ସାଇ ଦକ୍ଷିଣା ଗ୍ରହଣକରିବାର ଧାରା କୁ ବୁଝି ବା ଏତେ ସହଜ ନୁହେଁ । ସେ ଦାତା ର ଚିତ୍ତ ଶୁଦ୍ଧି ନିମନ୍ତେ ଦକ୍ଷିଣା ମାଗୁଥିଲେ  । ମଣିଷ ନିଜର ଅର୍ଜିତ ଧନସମ୍ପଦ କମାଇବା ପାଇଁ ବହୁତ ଚେଷ୍ଟା କରେ । ତାର ବିନିଯୋଗ ପାଇଁ ବିଭିନ୍ନ ଧର୍ମ ପୁସ୍ତକ ରେ ବିଭିନ୍ନ ବିଧିବିଧାନ ରହିଛି । ତନ୍ମଧ୍ୟରୁ ଅନ୍ୟ ମାନଙ୍କର ମଙ୍ଗଳନିମନ୍ତେ ଧନର ବିନିଯୋଗ ନିତାନ୍ତ ରହିବା ଆବଶ୍ୟକ । ସାଇ ବାବାଙ୍କର ଜୀବନ ଦର୍ଶନ ମଧ୍ୟରେ ଦକ୍ଷିଣା ଅନ୍ୟ ମାନଙ୍କ ଠାରୁ ଗ୍ରହଣ କରି ଅଭାବ ରେ ସଢୁଥିବା ଚରିତ୍ର ମାନଙ୍କ ମଧ୍ୟରେ ବିତରଣ କରି  ସୁଖୀ ହେବା ପାଇଁ ସରଳ ସୂତ୍ର ତିଆରି କରିଥିଲେ ।ସେ ଏହି ସମାଜ ରେ କିପରି ଅର୍ଥ ର ବିନିଯୋଗ ହେବ ତାହା ହିଁ  ତାଙ୍କର ଦର୍ଶନ ଆମକୁ ଶିକ୍ଷା ଦିଏ ।

       ଆସନ୍ତୁ ସମସ୍ତେ ଅର୍ଥ ଓ ଶ୍ରମ ଦାନ କରି ତାଙ୍କର ଆଦର୍ଶ କୁ ସଫଳ କରିବା ପାଇଁ ଚେଷ୍ଟା କରିବା । ଯଦି ଗୁରୁ ଆଶିଷ ପାଇଁ ଇଛୁକ ତାହେଲେ ପଛଘୁଞ୍ଚା କଣ ପାଇଁ ?
           ସାଇ ସାଇ ସାଇ 
 

                            ସାଇ ଲୀଳା

                  ସୂର୍ଯ୍ୟ ର କିରଣ ଯେପରି ପୃଥିବୀ ଉପରେ ପଡ଼ି ସମାନ ଆଲୋକ ପ୍ରଦାନ କରିବାରେ ବାଛବିଚାର ନଥାଏ ସେହି ପରି
ଗୁରୁଙ୍କର କୃପାର ବାରି ପ୍ରଦାନ କରିବାରେ ମଧ୍ୟ ଭେଦଭାବ ନଥାଏ ।ରଜା କିମ୍ବା ଗରୀବ ,ଦାନୀ କିମ୍ବା କଞ୍ଜୁସ ,ଭକ୍ତ କିମ୍ବା ଅଭକ୍ତ ସବୁ ସେହି ସମାନ ଆଶିଷ ର ହକଦାର । ସେହି ପାଇଁ ଗୁରୁ ହିଁ ସାକ୍ଷାତ ଇଶ୍ଵର । ମନର କାମନା ଆଉ ହୃଦୟ ର ବ୍ୟାକୁଳ ପ୍ରାଥନା କୁ ବୁଝି ଫଳ ପ୍ରଦାନ କେମିତି କରିବେ ତାହା ଗୁରୁ ହିଁ ଦେଖି ପାରନ୍ତି । କିଏ କେତେ ଆଶିଷ ପାଇବା ପାଇଁ ଉପଯୁକ୍ତ ତାହା ମଧ୍ୟ ଗୁରୁ ସମୀକ୍ଷା କରି ନିଅନ୍ତି ଅଳ୍ପ ସମୟ ମଧ୍ୟ ରେ । ଦୀନ ଦରିଦ୍ର ମାନଙ୍କୁ ରଜା ମଧ୍ୟ କରିଦିଅନ୍ତି । ଶ୍ରୀ ସାଇ ସମସ୍ତ ଭକ୍ତ ମାନଙ୍କ ର ଉପଯୁକ୍ତ ସମୟ କୁ ଦେଖି କୃପା ର ବାରି ପ୍ରଦାନ କରନ୍ତି । ସେହି ପାଇଁ ଅନେକ ଭକ୍ତଙ୍କ ନିମନ୍ତେ ଶ୍ରଦ୍ଧା ଆଉ ସବୁରୀ ଦୁଇଟି ମହା ମନ୍ତ୍ର କୁ ବୁଝାଇ ସନ୍ତୁଷ୍ଟ କରୁଥିଲେ ।
          ଭକ୍ତ ର     ଭକ୍ତି ର ପରୀକ୍ଷା ଭଗବାନଙ୍କ ଠାରୁ ଗୁରୁ ସବୁବେଳେ ହିଁ ନିଅନ୍ତି । ଯିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଏ ସେମାନେ ତାଙ୍କର ଅନୁଗାମୀ ହୋଇ ଯାଆନ୍ତି । କୃପାଦୃଷ୍ଟି ହିଁ ସେହି ଭକ୍ତ କୁ ମିଳେ ଯିଏ ଗୁରୁ  ଚିନ୍ତନ ରେ ନିଜକୁ ହଜାଇ ଦିଏ ।

          ଜପ ସାଇ ସାଇ ସାଇ
          
 
                             ଗୁରୁ କୃପା କେବଳମ
                              *************
                ଆଜି ଇଶ୍ଵରଙ୍କର ସୃଷ୍ଟିର ଶ୍ରେଷ୍ଠ ଜୀବ ମନୁଷ୍ଯ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ମାନବସମାଜକୁ ଭୟ ଦିନକୁ ଦିନ ଗ୍ରାସି ଚାଲିଛି । ବଞ୍ଚିବାର ସଂଗ୍ରାମ ଚାଲିଅଛି । ଆତଙ୍କ ତାର କାୟା ବିସ୍ତାର କରୁଅଛି  ।
       ପୃଥିବୀର ବିପନ୍ନ ସମୟରେ ଆମମାନଙ୍କ ର  ଗୁରୁ ଚରଣ ଯୁଗଳରେ କିଛି ସମୟ ବସି ଗୁହାରି କରିବାର ଆବଶ୍ୟକତା ଅଛି । ସାଇ ଶିରିଡି ରେ ଅବସ୍ଥାନ ସମୟରେ ଏକ ବଡ଼ କଷ୍ଟ ସ୍ୱୟଂ ସାଇ ନେଇ ଥିଲେ । ଦ୍ୱାରକାମୟୀରେ ବାବା ଧୁନି ରେ ଜଳୁଥିବା ଅଗ୍ନି ଭିତରେ ହାତ ପୁରେଇ ବହୁ ଦୂରରେ ଥିବା କମାର ସ୍ତ୍ରୀ ଲୋକ ର ଝିଅ କୁ ବଞ୍ଚେଇ ଦେଇ ଥିଲେ । ଏହା ସତଚରିତ ରେ ଉଲ୍ଲେଖ ଅଛି । ବାବା ଶିରିଡି ରେ ଥିଲେ କିନ୍ତୁ ଦୂରରେ ଶିଶୁ କୁ ସୁରକ୍ଷା ଦେଲେ । ସେହି ପରି ଆମେ ତାଙ୍କର ନିକଟରେ ଶିଶୁ ତୁଲ୍ୟ । ସେ ହିଁ ଆମର ମାତା ,,ପିତା ,ବନ୍ଧୁ ,ସଖା ଏପରି କି ସଦଗୁରୁ । ତାଙ୍କର ନିକଟରେ ଏପରି ସମୟରେ ଭୟ ମୁକ୍ତ ପାଇଁ ନିବେଦନ କରିବା ସମସ୍ତ ଭକ୍ତଙ୍କ କର୍ତ୍ତବ୍ୟ  ।
     ଚାଲନ୍ତୁ ଗୋଟିଏ ଅଗରବତୀ ସହିତ ଦୀପ ଖଣ୍ଡେ ତାଙ୍କର ଫଟୋ କି ବିଗ୍ରହ ସମ୍ମୁଖରେ ଜଳାଇ ନିରନ୍ତର କିଛି ସମୟ ସାଇ ସାଇ ସାଇ ଜପ କରିବା । ଏହା ନିଶ୍ଚିତ ଯେ ରୋଗ ର କଳା ବାଦଲ ଅପସରି ଯିବ ଆଉ ଜଗତରେ ଭୟର ବାତାବରଣ କମିଯିବ ।
      ସେତିକି କରିବା ସହିତ ଶ୍ରୀ ସାଇ ସ୍ତବନମଞ୍ଜରୀ  ଓ ସତଚରିତ ପୁସ୍ତକ କୁ ପୀଡ଼ିତ ଥିବା ରୋଗୀ ନିକଟରେ ପହଞ୍ଚେଇ ବା ପାଇଁ ଚେଷ୍ଟା କରିବା । ରୋଗୀ କୁ ମୃତ୍ୟୁ ମୁହଁ ରୁ ଫେରାର ଆଣିବା ।
        ସମସ୍ତେ ସାଇ ସାଇ ସାଇ ସବୁବେଳେ ଜପିବା ।


                          ଜଗତର କଲ୍ୟାଣ ପାଇଁ ଗୁହାରୀ
                        ***********************
                  ନିଜର ଉନ୍ନତି ପାଇଁ ଜୀବନ ସାରା ସାଇଙ୍କୁ ମାଗି ଚାଲିଅଛୁ । ଦୟାଳୁ ସାଇ ଆମର କାମନା ପୁରଣ କରି ସାରିଲା ପରେ ମଧ୍ୟ ମାଗୁଣି କରୁଛୁ । ଆଜି ନିଜର ବିପଦ ସହିତ ଜଗତର ବିପଦ ମାଡ଼ି ଆସୁଅଛି । ସମସ୍ତେ ଭୟରେ ଅଛନ୍ତି । ଛୋଟ ଠାରୁ ବୟସ୍କ ପଯ୍ୟନ୍ତ ଚିନ୍ତା କେବଳ ଜୀବନ ରକ୍ଷା ପାଇଁ । ବିଶ୍ୱ ଏକ ମହାମାରୀ କୁ ସାମ୍ନା କରୁଛି  । କେତେ ଭୟ ସମସ୍ତଙ୍କଭିତରେ ।
        ଏଭଳି କାଳ ରାକ୍ଷସକବଳରୁ ମୁକ୍ତି ର ବାଟ ଖୋଜୁଛି ଏହି ମାନବ ସମାଜ । ଭୂଲି ଯାଉଛି ଇଶ୍ଵରଙ୍କର ସୃଷ୍ଟି କୁ । ସୃଷ୍ଟି ପରେ ବିନାଶ ନିଶ୍ଚିତ ଏହି ଚେତନା ହଜିଯାଇଛି ମାୟାରେ ପଡ଼ି । ତଥାପି ଇଶ୍ଵର ଅନାଇ ଅଛନ୍ତି ସେଇ ସମର୍ପଣ ଭାବର ପ୍ରାଥନା କୁ ...ଇଶ୍ଵର ପାଖରେ ପହଞ୍ଚିବା ପାଇଁ ଯିଏ ଆମର ହାତ ଧରି ଅଛନ୍ତି ସେହି ଗୁରୁ ବି ଦେଖୁ ଅଛନ୍ତି ଆମମାନଙ୍କ ଭାବକୁ ।  ଗୁରୁ ଯେ ଭାବରେ ବନ୍ଧା ଏହି ଚେତନା ଏପରି ମୁହୁର୍ତ୍ତରେ ହଜିଯାଇଛି । ଆଦୌ ମନକୁ ଏପଟ ସେପଟ ନଲଗାଇ କିମ୍ବା ପାଗଳ ପରିକା ବୁଲିବା ଛାଡ଼ି ଏକାନ୍ତ ଚିତ୍ତ ରେ ଡାକନ୍ତୁ ସାଇ ସାଇ ସାଇ ...
            ସାଇ ହିଁ ଶୁଣି ପାରିବେ ଆମର ନିବେଦକ କୁ ଆଉ ମହା ବିପଦ କୁ ମଧ୍ୟ  ଟାଳି ଦେବେ ।
ଜଗତର କଲ୍ୟାଣ ଓ ବିପଦ ମୁକ୍ତ ପାଇଁ ସାଇ ସାଇ ସାଇ ନିରନ୍ତର ଜପ କରି ଏକ ଭୟ ମୁକ୍ତ ବିଶ୍ୱ ହେଉ ଏହା ହିଁ ସମସ୍ତ ସାଇ ଭକ୍ତଙ୍କ ଶିରିଡି ର ଯୋଗୀରାଜ ସାଇ ପାଖରେ 

             ଜଗତର ସୁରକ୍ଷା ପାଇଁ ନାମ ଜପ
           ,💐💐💐💐💐💐💐💐💐💐

            ତିନିଯୁଗର ଠାରୁ କଳିଯୁଗରେ ଇଶ୍ଵର ନାମ  ଜପ କିମ୍ବା ଗୁରୁଙ୍କ ଶରଣରେ ଯିଏ ଯିବ ସିଏ ହିଁ ଏ ଯୁଗର ମହତ୍ତ୍ୱ ବୁଝି ପାରିବ ।ଆଜି ଆତଙ୍କ ରୁ ନିଜ ସହିତ ଜଗତକୁ ରକ୍ଷା କରିବା ର ସରଳ ମାର୍ଗ କେବଳ ନିରନ୍ତର ନାମ ଜପିବା । ନିଜର ପୂଣ୍ୟ ପାଇଁ ନୁହେଁ ବରଂ ଜଗତ କଲ୍ୟାଣପାଇଁ ନାମ ଜପ ଏକମାତ୍ର ଔଷଧ ।
    ସବୁବେଳେ ସାଇ ସାଇ ସାଇ ଜପିବା ଉଚିତ । ସାଇ ଉଚ୍ଚାରଣରେ ଏତେ ଶକ୍ତି ପାଇବା ଯେ ନିଜର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହେବା ସହିତ ପବିତ୍ର ବାତାବରଣ ସୃଷ୍ଟି ହୋଇ ପାରିବ । ମହା ବିପଦ ଟଳି ଯିବ । ଜଗତର ଧନଜୀବନ ସୁରକ୍ଷା ହୋଇ ଯିବ ।ବିଯୁକ୍ତ ଶକ୍ତି କାୟା ବିସ୍ତାର କରିପାରିବ ନାହିଁ ।
             ଏତେ ବଡ ମହାନ ସଦଗୁରୁ ଶରଣରେ ଥାଇ ତାଙ୍କର ନାମ ର ମହତ୍ତ୍ଵ ନବୁଝି ଏଣେତେଣେ ଇତସ୍ତତଃ ହୋଇ ଧାଇଁ ବା ଦରକାର ନାହିଁ ।
   ତାଙ୍କର ଜୀବନକୁ ନେଇ ରଚିତ ସାଇ ସତଚରିତ ,ସ୍ତବନ ମଞ୍ଜରୀ ଓ ରୋଗ ନାଶକାରୀ ଓଦି କୁ ବ୍ୟବହାରକରି ସାଇ ନାମର ମହାତ୍ମା ବଢ଼ାଇ ବା । ଏହିପରି ବିପତ୍ତି ସମୟରେ ବ୍ରତ ପରି ମାନିଲେ ନିଶ୍ଚିତ ପୃଥିବୀର ସବୁ ସଂକ୍ରମଣ ର ଭୀତି ଦୂର ହେବ ।
    ଜଗତର ଜୀବଜଗତକୁ  ସୁରକ୍ଷା କେବଳ ନାମ ଜପ ଦ୍ୱାରା ସମ୍ଭବ ।
        ସାଇ ସାଇ ସାଇ ଜପିବା ।
        ଆତଙ୍କ କୁ ଦୂରରେ ଦେବା ।।
                 ହେଉ ।


                   ରକ୍ଷା କର ହେ ସାଇ
          💐💐💐💐💐💐💐💐💐
     
                    ସମସ୍ତ ମଣିଷ ଭିତରେ ଏକ ଭୟ ସଞ୍ଚାର ହୋଇ ଯାଇ ଅଛି  । ଭୟର ଛାଇ ଆମକୁ ଏତେ ଭୟଭୀତ କରୁଅଛି ଯେ , ଆମେ ଭୂଲି ଯାଉ ଅଛେ ଭଗବାନଙ୍କ ସୃଷ୍ଟିକୁ । ସେ ମାଲିକ ଆମେ ଚାକର ଏହି ଛୋଟ ଭାବର ଅଭାବ  ଥିବା ଯୋଗୁଁ ଆମେ ଆଜି ଭୟରେ ଛଟପଟ ହୋଉ ଅଛେ । ଭୟ କିପରି  ହଟିବ ତାହା ଆମେ ଜାଣି ମଧ୍ୟ  ପାଗଳ ପରିକା ଘୁରି ଵୁଲୁଛେ । ଆମକୁ ଯିଏ ଗଢ଼ି ଅଛନ୍ତି  କେବଳ ତାଙ୍କ ଆଦେଶ ମାନି କାର୍ଯ୍ୟ କରିବା ପାଇଁ ଆମର ଜନ୍ମ । ତାଙ୍କର ପାଖରେ ବିନମ୍ର ଭାବ ଦୂର ହେବାର ଅଭ୍ୟାସ କୁ ମାନିବା ଫଳରେ ବିଭିନ୍ନ ଜାଗତିକ ସମସ୍ୟା ସୃଷ୍ଟି ହୋଉଛି । ଆଜି ରୋଗ ର  ଭୟର ବାତାବରଣ ବିଶ୍ବସାରା ଖେଳି ଯାଇ ଅଛି ।
        ତେବେ ଏଥିରୁ ନିଜେ ମୁକ୍ତ ସହିତ ବିଶ୍ୱ ଭୟ ମୁକ୍ତ ପାଇଁ ଚେଷ୍ଟା ଜରୁରୀ । କେବଳ ସଚେତନ ହେବା ନିତାନ୍ତ ଜରୁରୀ । ସରଳ ଉପାୟ ଅବଲମ୍ବନ କରିବା ଦରକାର । ସଦଗୁରୁ ଶ୍ରୀ ସାଇଙ୍କର ପାଖରେ ତେଲ କିମ୍ବା ଘିଅରେ ଦୀପ ଜାଳି ସାଇ ସତଚରିତ ନିଜ ପରିବାର ଭିତରେ ସାମୁହିକ ଭାବେ ପଠନ କରିବା । ଆମମାନଙ୍କର ଗୃହକୁ ଏକ ପବିତ୍ର ବାତାବରଣ ଆସିବା ସହିତ ମାନସିକ ସ୍ତରର ବିକାଶ ଆସିବ । ସବୁ କୁ ସାମ୍ନା କରିବାର ଶକ୍ତି ମିଳିଯିବ । ରୋଗ ର ଭୟଙ୍କର ବାତାବରଣ ଅନିଷ୍ଟ କରିପାରିବ ନାହିଁ ।
     ସାଇ ସତଚରିତ ପାଠରେ ଏତେ ଉର୍ଜା ମିଳିବ ଯେ ତାହା ଆମକୁ ନୀରୋଗ ପାଇଁ ସହାୟ ହେବ ।
   ସମସ୍ତେ ସତଚରିତ ପାଠ କରି ସାଇଙ୍କୁ ଗୁହାରି କରିବା ହେ ସାଇ ଆପଣ ବିଶ୍ୱକୁ ରୋଗ ମୁକ୍ତ କରନ୍ତୁ  ।
          ବିଶ୍ୱର କଲ୍ୟାଣ ନିମନ୍ତେ ସାଇ ସତଚରିତ ସମସ୍ତେ ପାଠ କରିବା ସହ ସାଇ ସାଇ ସାଇ ଜପିବା ଉଚିତ । 

                        ଅନ୍ନଦାନ ଶ୍ରେଷ୍ଠ ଯଜ୍ଞ
            💐💐💐💐💐💐💐💐💐💐

              ବର୍ତ୍ତମାନ ସମାଜ ରେ ଯେତେ ସବୁ ଦେବ କାର୍ଯ୍ୟ ଅଛି ତନ୍ମଧ୍ୟରୁ ଅନ୍ନ ଦାନ ଶ୍ରେଷ୍ଠ । ଭୋକ ରେ ଛଟପଟ ହୋଉଥିବା ଲୋକ ପାଖରେ ଯେତେବେଳେ ଅନ୍ନ ପହଞ୍ଚି ଯାଏ ତାର ଆନନ୍ଦ ଅସୀମ ହୋଇ ଯାଏ । ଆଜି ବି ଖାଦ୍ୟ ର ଅଭାବ ଅଛି । ସମସ୍ତଙ୍କ ଭିତରେ
ଭୋକ ଅଛି । ସିଏ ମଣିଷ ହୋଇ ପାରେ ନହେଲେ ପଶୁ । ଜୀବନ ଧାରଣ ପାଇଁ ଖାଦ୍ୟ ର ଆବଶ୍ୟକତା ଅଛି । ଖାଦ୍ୟ ଉଦରସ୍ଥ ହେଲେ ସେଥିରୁ ଯେଉଁ ଉର୍ଜା ମିଳେ ତାହା ଜୀବନ ଧାରଣ କରିବାରେ ସାହାଯ୍ୟ କରେ । କିନ୍ତୁ ଭୋକିଲା କୁ ଖାଦ୍ୟ ଦେଲେ ଇଶ୍ଵର ପ୍ରସନ୍ନ ହୁଅନ୍ତି ।
           ଶିରିଡି ର ସାଇ ଭିକ୍ଷା ମାଗି ଯେଉଁ ସବୁ ଖାଦ୍ୟ ଆଣୁଥିଲେ ତାହା ଅନ୍ୟ ମାନଙ୍କ ଭିତରେ ବିତରଣ କରୁଥିଲେ ।ଏପରିକି କାଉ ଓ କୁକୁର ମଧ୍ୟ ସେହି ଖାଦ୍ୟ ପାଇଁ ଅପେକ୍ଷା କରିଥାଆନ୍ତି । ଅନ୍ୟ ମାନଙ୍କୁ ଖାଦ୍ୟ ଖୁଆଇ ସାରିଲା ପରେ ଯାହା ବଳୁଥିଲା ତାହା ଗ୍ରହଣ କରୁଥିଲେ ।
          ଏଥିରୁ ଆମମାନଙ୍କର  ଅନେକ ଶିକ୍ଷା କରିବା ପାଇଁ ଏହି ଲୀଳା ହୋଇ ଥାଇ ପାରେ ।।କିନ୍ତୁ ସବୁଠାରୁ ମହତ ଶିକ୍ଷା ହେଲା ଯେ ଭୋକିଲା କୁ ଭୋଜନ ଦେଇ ଆମେ ଭୋଜନ କରିବା ଉଚିତ ।
      ଅନ୍ନଦାନ ହିଁ ସବୁଠାରୁ ପୁଣ୍ୟ କାର୍ଯ୍ୟ ଅଟେ । ସମସ୍ତେ ଏହି ଗୁଣ କୁ ବଢ଼ାଇ ବା ଉଚିତ ।
      ଆସନ୍ତୂ  ସାଇ ସାଇ  ସାଇ ଜପିବା ଆଉ ଭୟରୁ ରକ୍ଷା ପାଇବା ।

         ସାଇ ସାଇ ସାଇ 





CHANTS... SAI SAI SAI
GETS... BLISS

STAY AT YOUR HOME
FOR THE WELLNESS OF UNIVERSE
           


ଆମେମାନେ ସମସ୍ତେ ପରିବାର ଭିତରେ ବହୁତ ସମୟ ଏବେ କଟାଇବା ପାଇଁ ଏକ ସୁଯୋଗ ଆସି ଅଛି । ସରକାରଙ୍କ ତରଫରୁ ନିବେଦନ କରାଯାଇଛି ଯେ ଘରେ ସମସ୍ତେ ରହନ୍ତୁ ଆବଶ୍ୟକ ପଡ଼ିଲେ ବାହାରକୁ ଯାଆନ୍ତୁ । କାରଣ ଭୂତାଣୁ ଜନିତ ଏକ ରୋଗ ଆମକୁ ସଂକ୍ରମିତ କରିପାରେ ।
         ଏହି ସମୟରେ ଆମମାନଙ୍କ ର ମାନସିକ ସ୍ତରରେ ଭୟ ଗ୍ରାସ କରିଯାଇଅଛି । ଭୟରୁ ବଂଚିତହେବା ର ଏକମାତ୍ର ସରଳ ଉପାୟ ହେଲା ଇଶ୍ଵର କିମ୍ବା ଗୁରୁ ପ୍ରତି ଦୃଢ ବିଶ୍ବାସ ବଢ଼ାଇ ସବୁ ବିପଦ କୁ ସାମ୍ନା କରିବା । ନିଜ ପରିବେଶ ସୁନ୍ଦର ରଖିବା , ନିଜର ଯତ୍ନ ନେବା , ବୟସ୍କ ମାନଙ୍କର ସ୍ୱାସ୍ଥ୍ୟ କୁ ନୀରୋଗ ରଖିବା ସହିତ କିଛି ସମୟ ଆରଧନା ରେ ସମୟ ବିନିଯୋଗ କରିବା । ନିରନ୍ତର ନାମ ଜପ ବିଶେଷ କରି ଗୁରୁ କିମ୍ବା ଭଗବାନଙ୍କ ନାମ ହେବା ଉଚିତ । କାରଣ ଏହି ଯୁଗରେ ନାମ ଜପିବା ଦ୍ୱାରା ଜୀବନ ରକ୍ଷା ହୋଇ ପାରିବ ।
      ଶିରିଡି ର ସାଇବାବାଙ୍କ ପ୍ରଥମ ଶିରିଡି ଆଗମନ ସମୟରେ ମହଲାସ ପତି ତାଙ୍କୁ ଆଓ ସାଇ ବୋଲି ସମ୍ବୋଦିତ କରିଥିଲେ ।। ସେହି ପରଠାରୁ ସାଇ ନାମରେ ଜଗତ ରେ ନାମିତ ହେଲେ । ସାଇ ସତଚରିତ ରେ ଉଲ୍ଲେଖ ଅଛି ଯେ କୌଣସି ଭକ୍ତ ଅସୁବିଧା ସମୟରେ ସାଇ ସାଇ ସାଇ ଜପିଲେ ତାର ଅସୁବିଧା ଦୂର ହୋଇ ଯିବ । ଆମେ ଘରେ ରହୁଥିବା ସମୟରେ ସାଇ ସାଇ ସାଇ ଜପିବା ଉଚିତ । ଜପିବା ଫଳରେ ଆମର ଭୟ ଦୂର ହେବା ସହିତ ଏକ ମନୋବଳ ବୃଦ୍ଧି ଘଟିବ ।
          ତେଣୁ ନାମ ଜପିବା ସହିତ ତାଙ୍କ ପଦରେ ଫୁଲ ଟି ଦେଇ ଗୁହାରି କରିବା ହେ ସାଇ ଜଗତରୁ ଭୟଙ୍କର ସଂକ୍ରମଣ ରୁ ଆମମାନଙ୍କୁ ରକ୍ଷା କରନ୍ତୁ ।
   ନିଜଗୃହରେ ରହିବା .....ନିରନ୍ତର ଜପିବା... ଜନଜୀବନ କୁ ସୁରକ୍ଷିତ ରଖିବା ।
     



                          ଗୁରୁ ଉପରେ ପୂର୍ଣ୍ଣ ବିଶ୍ୱାସ 

  ସଦଗୁରୁ ଉପରେ ବିଶ୍ୱାସ ବଢ଼ାଇବା ପାଇଁ ନିଜକୁ ତିଆରି କରିବା ଉଚିତ । ଯେଉଁ ଠାରେ ଭକ୍ତି ଓ ସମର୍ପଣ ନାହିଁ ସେଠି ବିଶ୍ୱାସ ଆସେ ନାହିଁ । ଗୁରୁଙ୍କର ଠାରେ ହୃଦୟ ରୁ ଭକ୍ତିର ଭାବ ଆସିବା ପାଇଁ କାହାକୁ ବହୁତ ସମୟ ଲାଗେ ତ ଆଉ କାହାକୁ କମ ସମୟ ଲାଗେ । ଭକ୍ତଙ୍କ ଭକ୍ତିରେ ଗୁରୁ ବନ୍ଧା  । ଗୁରୁ ଭକ୍ତଙ୍କ ମନୋଭାବ ଜାଣି ଫଳ ଦିଅନ୍ତି । ହେଲେ ସମ୍ପୂର୍ଣ୍ଣ ସମର୍ପଣ ର ଆବଶ୍ୟକତା ଅଛି । ଭୟ  ହୃଦୟକୁ ବିଚଳିତ କରିଲେ ଗୁରୁ ପ୍ରତି ଭକ୍ତି ଓ ସମର୍ପଣ ବଢିଚାଲେ । ଏହି ଅବସ୍ଥାରେ ଭକ୍ତ ର ମାନସିକ ଚେତନା ରୁ ଭୟର ବାତାବରଣ ଦୂରେଇ ଯାଏ  । 
             ଏହି ଦୁନିଆ ଏପରି ଏକ ସାଗର ଏଠାରେ ପାରି ହେବା ଏତେ ସହଜ ନୁହେଁ । ଏଥିପାଇଁ ଏହି ସଂସାର ଚକ୍ରରେ ଆମେ ଘୁରି ବୁଲି ପୁନଃ ଜନ୍ମ ଲାଭ କରୁ । ଏଠାରେ ସବୁ ମୁହୁର୍ତ୍ତରେ ବିପଦ ,ଦୁଖଃ ,କଷ୍ଟ ,କଷଣ ଓ ଯନ୍ତ୍ରଣା ପରିପୂର୍ଣ୍ଣ । ମାୟାରେ ଆମେ ଏତେ ବାନ୍ଧିଯାଉ ଯେ ଇଶ୍ଵର ଚେତନା ଓ ଗୁରୁ ପ୍ରୀତି ଭୂଲିଯାଉ । ସଦଗୁରୁ ଆଶ୍ରା ଛାଡି ମାୟାରେ ଆଶ୍ରୟ ନେଉ ।। ଏହି ଦୁନିଆରେ ଗୁରୁ ହିଁ କେବଳ ଭବସାଗରକୁ ପାରି କରାଇ ନେବାରେ ସମର୍ଥ ଅଟନ୍ତି । ହେଲେ ଗୁରୁ ପାଖରେ ଥାଇ ଇତସ୍ତତଃ ହୋଇ ଚାଲୁ । ସେହି ପାଇଁ ବିପଦ ଆଉ ମହାବିପଦ ମାଡ଼ି ଆସେ । 
             ଯେତେବେଳେ ଆମର ସଦଗୁରୁ ସାଇ ଜଣେ ଦକ୍ଷ ନାବିକ ଭାବେ ଆମ ପାଖରେ ଅଛନ୍ତି ତେଣୁ ଏହି ମହାବିପଦ ପାଇଁ ଏତେ ଚିନ୍ତା କରିବା ଠିକ ନୁହେଁ । ସେ ସମସ୍ତ ବିପଦରୁ ରକ୍ଷା କରିବେ ଏହା ନିଃସନ୍ଦେହ । 
        ସମସ୍ତେ ତାଙ୍କର ରୂପ କୁ ହୃଦୟରେ ଧାରଣ କରି ନାମ ଜପିବା ଏହି ଘଡି ସନ୍ଧିମୁହୂର୍ତ୍ତରେ । ଗୁରୁ ତ ସାକ୍ଷାତ ଇଶ୍ଵର । 






   ସାଇ ସାଇ ସାଇ ଜପିବା ....ମହାବିପଦକୁ  ଜଗତରୁ ତଡିବା 
     ଗୁରୁ ଚରଣାମୃତ କରି ପାନ ...ଜୀବନ ହୋଇବ ଧନ୍ୟ ।
   ତାଙ୍କର ଉଦି କରି ପାନ ..ଜୀବନ ହୋଇବ ଧନ୍ୟ ।

          SAI SAI SAI
    










Comments

Popular posts from this blog

Sai's leela ; SAI SAI SAI

   SAI SAI SAI The simple remembrance of my name as 'SA' 'SAI ' 'SAI ' will reduce all the sins of speech and hearing. Baba showed the importance Of praising the Lord by chanting His name day and night, called 'NAAMSAPTHA. ' He continuously recited God's name even during the night. Once, He was explaining this fact to his devotee, Kakasahab Dixit; "when I go to sleep, I often ask Mahalaspati to place his hand on my heart and listen to the chanting of Lord's name. Further, I would tell him to wake Me up if I go to sleep. However, Mahalsapati could not do either of these two as he fell asleep. Whenever I feel his hand as heavy as stone, I wake him up by calling 'Oh Bhagat. ' CHANTS SAI SAI SAI FOR WELLNESS OF worlds. WHEN SAI permitted holding the annual RAMNAVAMI Fair, the water problem was the stiffest for a solution. So when the management committee requested Baba to help them in the matter, He asked them to take away, after He had ...

Sadguru's power should not be measured.

 Sadguru's power should not be measured. There are many beautiful teachings in the scriptures. Many Hindu religious books contain rituals of worship of God or worship of various deities. Some books contain all the rules and regulations of Guru Puja. There are several treatments on how to cut from birth to death.  That is called astrology. The book is based on the motion of all planets and stars. After a person is born, his or her horoscope is judged, and the future is calculated, and the correct information is given.  Many types of worship describe how to get rid of planetary suffering. "It simply came to our notice then. We all know that there is a law of creation."  The policy is proper by moving the zodiac signs of different planets. Many people are worshipping various deities to get rid of planetary diseases. No one gets the fruit; no one gets it. Everyone agrees because they have faith.     Devotees who have taken refuge in the feet of the Sadguru...

how to praise and worship sadguru

  From Guru Dattatreya, the tradition of Guru and disciple is created. We consider Sai Baba of Shirdi to be an incarnation of Dattatreya. One should associate with a guru with divine knowledge for the salvation of human life. During the Mahabharata war, Arjuna considered Lord Krishna as a guru when Krishna gave him divine knowledge.  When one takes refuge in the Guru, the accumulation of knowledge is destroyed as knowledge rises. Various opinions for Guru Puja are written in many books. Sai Baba has no such ritual of worship. Sai was indirectly imparting to the devotees the education he needed to simplify himself. Gradually the devotees could become very simple. Sai was teaching them how to teach someone. The devotee did not teach in the same way that the devotee gets everything. Sai was teaching how to make the journey of worldly life simple and beautiful.  Guru Purnima is a big festival of Baba. While Shirdi's Sai was alive, Sai was celebrating the Guru Purnima.   ...